
ଭବାନୀପାଟଣା/ତ୍ରିଲୋକ ନ୍ୟୁଜ(ସ୍ବାସ୍ତିଦୀପ ଆଦିତ୍ୟ): କୋକସରା ବ୍ଳକ ବରାଡଙ୍ଗା ପଞ୍ଚାୟତର କର୍ଲାପଡା ଭମର ସାଗରରେ ଚାଲିଥିବା ମନରେଗା କାମରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଠିକାଦରା ସାଜିଥିବା ଓ ଅନିୟମିତ ହୋଇଥିବା ନେଇ ନିର୍ଦ୍ଧିଷ୍ଟ ଏକ ଖବର କାଗଜରେ ଖବର ପ୍ରକାଶ ପାଇଛି। ଏହାକୁ ନେଇ ସରପଞ୍ଚ ନିରୁପମା ସେଠୀ କ୍ଷେଭୋ ପ୍ରକାଶ କରିବା ସହ ମୋ ସ୍ବାମୀ କୈାଣସି ଠିକାକାମ କରୁନଥିବା ଓ ଉକ୍ତ ପୋଖରୀ ଖନନ କାମରେ ଦୈନିକ ଶହେରୁ ଅଧିକ ଶ୍ରମିକ ନିୟୋଜିତ ରହିଛନ୍ତି। ଏବଂ ଉକ୍ତ କାର୍ଯ୍ୟକୁ ବିଭାଗ ସମ୍ପାଦନ କରୁଥିବା ବେଳେ କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକଙ୍କ ଉପସ୍ଥିତିରେ କାର୍ଯ୍ୟ ହେଉଛି। ପ୍ରାୟ ୧୧ ଏକର ବିଶିଷ୍ଟ ଏହି ସାଗର ରହିଥିବାବେଳେ ଏହାର ଉନ୍ନତି ନିମନ୍ତେ ୫ ଲକ୍ଷ ଟଙ୍କା ଅଟକଳମୂଲ୍ୟ ରହିଛି। ପାଞ୍ଚ ଲକ୍ଷ୍ୟ ଟଙ୍କାରେ ଯେତିକି ମାଟି ଖନନ ହେବା ତାହା ସମ୍ପୂର୍ଣ୍ଣ କରାଯିବ, କାମରେ କୈାଣସି ମନମାନି କରାଯାଇଉ ନାହିଁ ମୁଁ ନିଜେ ମଧ୍ୟ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ଉତ୍ସାହିତ କରି ଆସୁଛି। ପୋଖରୀର ସିମା ନିର୍ଦ୍ଧାରିତ ହୋଇଛି, ଯେତିକି ଅନୁଦାନ ରହିଛି ସେହିଁ ଅନୁସାରେ କାମ କରାଯିବ, କୈାଣସି ମାନମାନି କରାଯାଉ ନାହିଁ, ଯେଉଁ ଶ୍ରମିକ ମାନେ କାମରେ ନିୟୋଜିତ ରହିଛନ୍ତି ସିଧାସଳଖ ତାଙ୍କ ବ୍ୟାଙ୍କ୍ ଖାତାରେ ପାରିଶ୍ରମିକ ପାଉଣା ଡିବିଟି ମାଧ୍ୟମରେ ଯିବ। ଏଥିରେ ଟଙ୍କା ହଡ଼ପ ହେବାର କୈାଣସି ସମ୍ଭବ ନାହିଁ। ଶ୍ରମିକ ଟଙ୍କଧର ଚଲାନ, କାମେ ରାଉତ, ଜୟନ୍ତୀ ଚଳାନ, ରାଧା ଚଳାନ, ଟିକେଶ୍ୱର ରାଉତ, ଚନ୍ଦ୍ରିକା ରାଉତ, ଗିରି ଦଳପତି, ବିମଲେ ଦଳପତି, ଉଦେ ଝାଙ୍କର, ମିଥିଲା ଝାଙ୍କର, ନରେନ୍ଦ୍ର ରାଉତ, ଜୟନ୍ତୀ ରାଉତ, କୁମର ରାଉତ, ସାବିତ୍ରୀ ରାଉତ, ପିତାମ୍ବର ଝାଙ୍କର, ନୀଳା ଝାଙ୍କର ସମେତ ଶତାଧିକ ଶ୍ରମିକ କାମରେ ନିୟୋଜିତ ରହିଛନ୍ତି। ତେଣୁ ବରାଡଙ୍ଗା ପଞ୍ଚାୟତ କିମ୍ବା ସରପଞ୍ଚଙ୍କ ସ୍ବାମୀଙ୍କୁ ଅଯଥାରେ ବଦନାମ କରା ନଯାଉ ବୋଲି କହିବା ସହ ଆଗକୁ ଏଭଲି ଖବର ପ୍ରକାଶ କରିବାରୁ ବିରତି ରହିବାକୁ ମଧ୍ୟ ସରପଞ୍ଚ କହିଛନ୍ତି।