
ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ):ଜୁନାଗଡ଼ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଉତ୍କଳମଣି ସେବା ସଂସ୍ଥା ର ଆନୁକୂଳ୍ୟରେ ଦ୍ୱିତୀୟ ଓ ତୃତୀୟ ପାଳିର ଦହି ସର୍ବତ ସେବା କାର୍ଯ୍ୟକ୍ରମ ଉତ୍ସାହ ଓ ଉତ୍ସବମୟ ପରିବେଶରେ ଆୟୋଜିତ ହେଲା।ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଧବ ଚରଣ ସାହୁ,କୈଳାଶ ରାଉତ,ମଧୁସୁଧାନ ପଣ୍ଡା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସର୍ବତ ବଣ୍ଟନ କରିଥିଲେ । ଏହି ସେବା କାର୍ଯ୍ୟକ୍ରମ ଦ୍ୱାରା ଘରେ ଘରେ ଉତ୍କଣ୍ଠିତ ହେଉଥିବା ଲୋକମାନେ ଉତ୍ତାପ ଦିନରେ ଏକ ଶୀତଳ ଓ ପୁଷ୍ଟିକର ପାନୀୟ ରୁପେ ଦହି ସର୍ବତର ସ୍ୱାଦ ଉଠାଇପାରିଲେ। ଏହି ସାଧୁପ୍ରୟାସ ଦ୍ୱାରା ନ ଗୋଟିଏ ସେବାମୂଳକ କାର୍ଯ୍ୟ ସଫଳ ହେଲା ବରଂ ଲୋକମାନଙ୍କ ମଧ୍ୟରେ ସାମୂଦାୟିକତା ଓ ଏକତାର ଓଦ୍ଭାସ ଦେଖାଗଲା। ସେବା କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଉତ୍କଳମଣି ସେବାସଂସ୍ଥାର ସଭ୍ୟମାନେ,ଆୟୋଜକମାନେ ଓ ପ୍ରାୟୋଜକମାନେ ଶ୍ରଦ୍ଧା ଓ କୃତଜ୍ଞତାର ଅଭିବ୍ୟକ୍ତି ପାଇଛନ୍ତି। ସେମାନଙ୍କର ନିରନ୍ତର ଶ୍ରମ ଓ ଦେଦାର ମନୋଭାବ ପାଇଁ ଅନେକ ଶୁଭେଛା ଓ ଧନ୍ୟବାଦ ଜଣାଯାଇଛି।ଏହି ପ୍ରକାର ସେବା କାର୍ଯ୍ୟକ୍ରମଗୁଡ଼ିକ ଭବିଷ୍ୟତରେ ମଧ୍ୟ ଅନୁଷ୍ଠିତ ହେବାକୁ ଆଶା କରାଯାଉଛି,ଯାହା ଲୋକସେବା ଓ ମାନବିକତାର ଏକ ଅନୁପମ ଉଦାହରଣ ହିସାବରେ ଅବଧାନ ଆକର୍ଷଣ କରିବ।