ताज़ा ख़बरें

କଳାହାଣ୍ଡି ଛାତ୍ର ସଂଗଠନ

ଭବାନିପାଟଣା/ତ୍ରିଲୋକ ନ୍ୟୁଜ(ସ୍ବାସ୍ତିଦୀପ ଆଦିତ୍ୟ):ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ରେ ବିଭିନ୍ନ ମୌଳିକ ସମସ୍ୟା ରହୁଥିଲା । ରାଜନୈତିକ ଦଳର ଛାତ୍ର ସଂଘ ଗୁଡିକ କିଛି ମାତ୍ରା ରେ ସମାଧାନ ପାଇଁ ଚେଷ୍ଟା କରୁଥିଲେ ଏବଂ କେତେକ ଦଳ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବିଭିନ୍ନ ସଭାସମିତି ଆୟୋଜନ କରୁଥିଲେ । କିନ୍ତୁ ଜିଲ୍ଲାରେ ଅନେକ ଶିକ୍ଷା ସମ୍ପର୍କିତ ସମସ୍ୟା ରହୁଥିଲା । ଛାତ୍ରଛାତ୍ରୀଙ୍କ ଅଧିକାର ପାଇଁ ଛାତ୍ରନେତା ଉମାକାନ୍ତ ନିଆଲଙ୍କ ସହ କିଛି ଛାତ୍ର ମାନେ କଳାହାଣ୍ଡି ଛାତ୍ର ସଂଘ ନାମରେ ଅଣରାଜନୈତିକ ଛାତ୍ର ସଂଘ ଗଠନ କଲେ । ଯାହାକି ଜାତୀୟ ସ୍ତରର ଏଫ.ଆଇ.ୟାଇ.ଏ ନାମକ ବେସରକାରୀ ସଂସ୍ଥା ସହିତ ଜଡିତ ହୋଇ ଏହି ସଂଘ ୧୫ ଜୁନ ୨୦୨୩ ବିଧିବଦ୍ଧ ଭାବେ ଜନ୍ମ ଲାଭ କଲା । ଏ ପର୍ଯ୍ୟନ୍ତ ୩ ଥର ଛାତ୍ରସଙ୍ଘର କର୍ମକର୍ତ୍ତା ବଦଳି ସାରିଛନ୍ତି । କଳାହାଣ୍ଡି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି କଳାହାଣ୍ଡି ଛାତ୍ର ସଂଘ । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ବିଶ୍ବବିଦ୍ୟାଳୟ ର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଚାପ ପକାଉଥିବା ଅଭିଯୋଗ ରେ ଏହା ରାଜ୍ୟ ସ୍ତରରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଁ ବହୁ ପରିଚିତ ହୋଇଥିଲା l ଓଟିଭି,କନକ ନ୍ୟୁଜ,ନକ୍ସତ୍ର ନ୍ୟୁଜ,ଅପରାହ୍ନ ଖବରକାଗଜ ଆଦି ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ରେ ପୂର୍ବତନ ସରକାର ର 5T ଅଧକ୍ଷ୍ୟ ଭିକେ ପାଣ୍ଡିଆନ ଗସ୍ତ ସମୟରେ ମଧ୍ୟ ଏହି ସଂଘ ରେ ପାଣ୍ଡିଆନଙ୍କ ସମ୍ପର୍କିତ ସୂଚନା ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଖବର ଆଗର୍ସ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା । ଯାହାକି ରାଜ୍ୟରେ ବିରୋଧୀ ଦଳ ମାନଙ୍କ ପାଇଁ ଅସ୍ତ୍ର ଭାବେ ସାଜିଥିଲା l କଳାହାଣ୍ଡି ଜିଲ୍ଲାରେ ଆଣ୍ଟି ରାଗିଙ୍ଗ ସଠିକ ଭାବେ ପାଳନ ହଉନଥିଲା । ତେଣୁ ଜିଲ୍ଳାରେ ବିନାୟକ କଲେଜ,କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ନର୍ସିଙ୍ଗ କଲେଜ ରେ ରାଗିଙ୍ଗ ଘଟଣା ଘଟିଥିଲା l ତେଣୁ ରାଗିଙ୍ଗ ସମ୍ପର୍କିତ ଅଭିଯୋଗକୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗକୁ ଅବଗତ କରାଗଲା । ଆୟୋଗରୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଗଲାକି ଜିଲ୍ଲାରେ ଆଣ୍ଟି ରାଗିଙ୍ଗ ନିୟମକୁ କଡାକଡି ପାଳନ କରିବା ପାଇଁ ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପତ୍ର ସଂଖ୍ୟା ୮୬୪୬ ତାରିଖ ୨୩ ଡିସେମ୍ବର ୨୦୨୪ ରେ ସମସ୍ତ ପ୍ରଧାନ ଶିକ୍ଷକ ଓ ମହାବିଦ୍ୟାଳୟ ଅଧକ୍ଷଙ୍କୁ କଡାକଡି ନିୟମ ପାଳନ କରିବା ପାଇଁ ନିର୍ଦେଶ ଦିଆଗଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ଅନେକ ମହାବିଦ୍ୟାଳୟର ଅନେକ ଅନିୟମିତତା ବିରୋଧ ରେ ସଂଘ ସ୍ୱର ଉଠାଇ ଚାଲୁଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୋଜନାରେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଆସିଲା କିନ୍ତୁ କୋଣସି କାମ ସଠିକ ଭାବେ ହୋଇନଥିଲା ଏବଂ ଦୁର୍ନୀତି ହୋଇଥିବାର ଖବର ଛାତ୍ରଛାତ୍ରୀ ମାନେ ଜଣାଇଥିଲେ । ଏହାର ସମାଧାନ ପାଇଁ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ ଓ ଶିଶୁ ସୁରକ୍ଷା ଆୟୋଗ ପାଖରେ ଅଭିଯୋଗ କରାଯାଇଥିଲା l ଜିଲ୍ଲାରେ ଓପିଏସି କେନ୍ଦ୍ର ସ୍ଥାପନା,ଅଧ୍ୟାପକ ପଦ ପୂରଣ, 5T ଯୋଜନାରେ ଦୁର୍ନୀତି, ଛାତ୍ର ସଂସଦ ନିର୍ବାଚନ,କଳାହାଣ୍ଡି ବିଶ୍ବବିଦ୍ୟାଳୟର ସମସ୍ୟା ଆଦି ୫ ଦଫା ଦାବୀ ନେଇ କଳାହାଣ୍ଡି ଛାତ୍ରସଙ୍ଘ ଓ ଅଖିଳ ଭାରତୀୟ ଛାତ୍ର ସଂଘ ସହ ମିଳିତ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଲେଜ ର ଛାତ୍ରଛାତ୍ରୀଙ୍କୁ ସେମେଷ୍ଟର ପରୀକ୍ଷା ବାବଦରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅତ୍ୟଧିକ ଟଙ୍କା ଦେବା ପାଇଁ କେତେକ କଲେଜ ଦାବୀ କରୁଥିଲେ ଏବଂ ଛାତ୍ର ସଂଘ ଙ୍କ ହସ୍ତକ୍ଷେପ ପରେ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ମୂଲ୍ୟ ନେଇ ଥିଲେ ଛାତ୍ରଛାତ୍ରୀଙ୍କ ଠାରୁ । ନିକଟସ୍ଥ ଏକ ଘରୋଇ ନର୍ସିଙ୍ଗ କଲେଜ ରେ ପାସ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ଦେଉ ନ ଥିଲେ ସଂଘ ର ହସ୍ତ କ୍ଷେପ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରୁ ତଦନ୍ତ ପାଇଁ ନିର୍ଦେଶ ଦିଆଗଲା । କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପାଇଁ ସର୍ବଦା କଳାହାଣ୍ଡି ଛାତ୍ରସଙ୍ଘ ବିଧାୟକ,ସାଂସଦ ଓ ଅଧିକାରୀ ମାନଙ୍କୁ ଦାବିପତ୍ର ମାଧ୍ୟମରେ ବାରମ୍ବାର ପ୍ରଚେଷ୍ଟା ଚଳାଇଛନ୍ତି । ଜିଲ୍ଲାର ବିଭିନ୍ନ ଛାତ୍ରସଙ୍ଘ ଗୁଡିକ ର ସମନ୍ୱୟ ରକ୍ଷା କରି କେମିତି କଳାହାଣ୍ଡି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆସିବ ସେ ନେଇ କଳାହାଣ୍ଡି ଛାତ୍ର ସଂଘ ନିରନ୍ତର ପ୍ରୟାସ କରୁଛି ।କଳାହାଣ୍ଡି ଛାତ୍ର ସଂଘ ର ଛାତ୍ରନେତା ଉମାକାନ୍ତ ନିଆଲ, ଓମକାର ଦଣ୍ଡସେନା,ପ୍ରବୀଣ କୁମାର ବଣିଆ,ଚୈତନ୍ୟ ବାଗ, ସ୍ୱସ୍ତିଦୀପ ଆଦିତ୍ୟ,ଖାରବେଳ ବାଗ,ତେଜରାଜ ବେମାଲ, ଉମେଶ ପଟେଲ,ମନୋଜ ଜାଲ,ପ୍ରମୋଦ ସୁନାନୀ ଆଦି ଛାତ୍ର ନେତା ମାନେ ସର୍ବଦା କାର୍ଯ୍ୟ କରିଆସୁଛନ୍ତି ।

Show More
Back to top button
error: Content is protected !!