
ଜୁନାଗଡ଼/ତ୍ରିଲୋକ ନ୍ୟୁଜ(ସ୍ବାସ୍ଥିଦୀପ ଆଦିତ୍ୟ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ ଗ୍ରାମରେ ଆଜି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି।ଲୋକକଥାରେ କୁହାଯାଏ, ଭାଠରୁ ବଡ ଶତୃ ଦୁନିଆରେ ନାହିଁ, ଭାଇଠାରୁ ବଡ ମିତ୍ର ନାହିଁ, କିନ୍ତୁ ଏହି କଥାକୁ ଆଜି ଲଜ୍ଜାରେ ପକାଇଦେଲେ ଛୋରିଆଗଡ ଗ୍ରାମର ଗୋପି ବାଗ।ଅନୁମାନ କରାଯାଉଛି ଯେ,ବଡ଼ ଭାଇ ଗୋପି ବାଗ (୫୦ ବର୍ଷ),ନିଜ ସାନ ଭାଇ ଜୁଗଳ ବାଗ (୪୫ ବର୍ଷ) ଉପରେ ଗୁଣିଗାରେଡ଼ି ନେଇ ସନ୍ଦେହ କରି,ଟାଙ୍ଗିଆ ନେଇ ଆକ୍ରମଣ କରିଥିଲେ।ଏହି ଆକ୍ରମଣରେ ଜୁଗଳ ବାଗ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।ଯିଏ କି ପୂର୍ବରୁ ସେହି ବଡ଼ ଭାଇଙ୍କ ସହିତ ଧୁଳିଖେଳ ଖେଳିଛନ୍ତି,ହସିଥିବା ଦିନ ବିତାଇଛନ୍ତି।ଘଟଣା ପରେ ଗ୍ରାମବାସୀ ଜୁନାଗଡ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଆୟତ ରେଖିଥିଲେ ଓ ଅଭିଯୁକ୍ତ ଗୋପି ବାଗଙ୍କୁ ଗିରଫ କରିଥିଲେ। ଏହି ସମୟରେ ଗୋପିଙ୍କ ଅବସ୍ଥା ଅସୁସ୍ଥ ଥିବାରୁ,ପୋଲିସ ସେଉଁଠି ଥିବା ଡାକ୍ତରଖାନାକୁ ଭର୍ତ୍ତି କରିଛନ୍ତି। ବର୍ତମାନ ପୋଲିସ ଏବେ ଘଟଣା ବିଷୟରେ ତଦନ୍ତ ଜାରି ରଖିଛି। ଗ୍ରାମ ଓ ପରିବାର ମଧ୍ୟରେ ଏହି ଘଟଣା ଏକ ଅତ୍ୟନ୍ତ ଶୋକାନ୍ତିକ ପରିସ୍ଥିତି ସୃଷ୍ଟି କରିଛି।