ताज़ा ख़बरें

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

ଭବାନିପାଟଣା/ତ୍ରିଲୋକ ନ୍ୟୁଜ(ସ୍ବାସ୍ଥିଦୀପ ଆଦିତ୍ୟ): ସମାଜ ସଂସ୍କାରଧର୍ମୀ ସାର୍ବଜନୀନ ସଂଗଠନ ‘ବିଶ୍ବ ବୈଦିକ ପରିବାର’ ଆନୁକୂଲ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ଼ ଠାରେ ବୈଦିକ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ପ୍ରଣବ କିଶୋର ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ପ୍ରାଚୀନ ବୈଦିକ ସଂସ୍କୃତିର ପୁନଃପ୍ରତିଷ୍ଠା ପାଇଁ ଆହ୍ବାନ ଦେଇଥିଲେ। ଗୁରୁଦେବ ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କ ରଚିତ ବେଦ ମନ୍ତ୍ରର ଉତ୍କଳୀୟ ପଦ୍ୟାନୁବାଦ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା। ମୁଖ୍ୟକ୍ଷେତ୍ର ପ୍ରଚାରକ ବିଦ୍ୟାଧର ଶବର, ବରିଷ୍ଠ କର୍ମକର୍ତ୍ତା ଭାଗ୍ୟଲକ୍ଷ୍ମୀ ଦେବୀ, ଚନ୍ଦ୍ର ଭୂଷଣ ମାଣ୍ଡାଙ୍ଗି ପ୍ରମୁଖ ବୈଦିକ ମହାଯଜ୍ଞ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଗୌଡ଼, ଭୂପତି ରଣା, କୁନୁ ପ୍ରଧାନ, ଟଙ୍କଧର ରଣା, ଶରତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମହାଯଜ୍ଞ କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗ ଦେଇଥିଲେ। ଶେଷରେ ଗ୍ରାମବାସୀଙ୍କ ତରଫରୁ ବିରଞ୍ଚି ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Show More
Back to top button
error: Content is protected !!