ताज़ा ख़बरें

ଚିଛେଇଗୁଡ଼ାରେ କାର ଓ ବାଇକ୍ ମଧ୍ୟରେ ଭୟଙ୍କର ଧକ୍କା

ଜୁନାଗଡ଼/ତ୍ରିଲୋକ ନ୍ୟୁଜ(ସ୍ବାସ୍ତିଦୀପ ଆଦିତ୍ୟ):ଜୁନାଗଡ ଥାନା ଅନ୍ତର୍ଗତ ଚିଚେଇଗୁଡ଼ା ଗ୍ରାମ ବୁଲାଣି ନିକଟ ରେ ଆଜି ସନ୍ଧ୍ୟା ରେ ଏକ କାର ଓ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଛି I କାର ବାଇକ୍ ଦୁର୍ଘଟଣା ହେବା ଫଳ ରେ ବାଇକ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ମତେ ବୁଲେଟ୍ (OD08U6103) ରେ ଦୁଇ ଜଣ ଯୁବକ ଧର୍ମଗଡ଼ ପଟୁ ଆସୁଥିବା ବେଳେ ଜୁନାଗଡ ପଟୁ ଏକ କ୍ରେଟା କାର (OD08T3707) ଯାଉଥିବା ବେଳେ ଚିଚେଇଗୁଡା ଛକ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା I ଧକ୍କା ହେବା ଫଳ ରେ ବୁଲେଟ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି I ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ ଜୁନାଗଡ ଡାକ୍ତର ଖାନାକୁ ଓ ପରେ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା I ଗୁରୁତର ବାଇକ୍ ଆରୋହୀ ଦୁଇଜଣ ଭବାନିପାଟଣାର ହୋଇଥିବାର ସୂଚନା ମିଳିଛି । ଜୁନାଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଓ ବୁଲେଟ୍ କୁ ଜବତ କରି ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Show More
Back to top button
error: Content is protected !!