
ଭବାନୀପାଟଣା(ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଏକ +2 ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଜାତୀୟ ବାଳ ଅଧିକାର ସୁରକ୍ଷା ଆୟୋଗ (NCPCR) ଦ୍ୱାରା ୨୬ ଡିସେମ୍ବର ୨୦୨୪ ରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଦେଇ ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ATR (Action Taken Report) ପଠାଇବାକୁ କୁହାଯାଇଥିଲା।ଏହି ATR ପଠାଇବା ପାଇଁ କେବଳ ୫ ଦିନର ସମୟ ନିର୍ଦ୍ଧାରିତ ଥିଲା। ଏହି ମାମଲା ଅନ୍ତର୍ଗତ, ଗତ ୧୯ ଡିସେମ୍ବର ୨୦୨୪ ରେ ଏକ ୧୬ ବର୍ଷୀୟ ଛାତ୍ରୀଙ୍କ ମୃତଦେହ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ହୋଷ୍ଟେଲରେ ମିଳିଥିଲା।ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି ଦାବି କରାଗଲେ ମଧ୍ୟ,ପରେ ପରିବାର ପକ୍ଷରୁ ଏହାକୁ ଯାନ୍ତ୍ରଣା ଓ ହେରାସମେଣ୍ଟ ଫଳରେ ଘଟିଥିବା ଆପତ୍ତି ତୁଳାଯାଇଥିଲା।ଅଭିଯୋଗ ଅନୁସାରେ ଛାତ୍ରୀ ଉପରେ ମୋବାଇଲ ଚୋରି ଅଭିଯୋଗ ଲାଗିଥିଲା ଓ ଏହାକୁ ନେଇ ହୋଷ୍ଟେଲର ଅନ୍ୟ ଛାତ୍ରଛାତ୍ରୀ ଓ କିଛି ବୃଦ୍ଧ ଛାତ୍ର ପକ୍ଷରୁ ଦୁର୍ବ୍ୟବହାର ଓ ର୍ୟାଗିଂ ହୋଇଥିବା ଭିଡିଓ ମଧ୍ୟ ମିଳିଛି। NCPCR ପକ୍ଷରୁ ଦିଆଯାଇଥିବା ଚିଠିରେ ଏହି ଘଟଣାକୁ ଗମ୍ଭୀର ଭାବରେ ନେଇ,FIR,ପୋଷ୍ଟମର୍ଟମ୍ ରିପୋର୍ଟ,ବୟସ ଆଧାର ଏବଂ ଅନ୍ୟାନ୍ୟ ଦଲିଲ ମାଗିଥିଲେ ମଧ୍ୟ ଏଯାଁ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ। ଚାରି ମାସ ପରେ ମଧ୍ୟ ଯେତେବେଳେ ATR ଦିଆଯାଇନାହିଁ,NCPCR ଦ୍ୱିତୀୟଥର ପର୍ଯ୍ୟନ୍ତ ସ୍ମରଣପତ୍ର (Reminder I & II) ଦେଇଛି ।ତଥାପି,କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ବଡ଼ ଅଧିକାରୀମାନେ ଏହାକୁ ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଉଠିଛି। ଏହି ଅବହେଳା ମାନବିକତା ଓ ନ୍ୟାୟ ନିମନ୍ତେ ଏକ ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ପ୍ରଶ୍ନ ଏହିଁ ଯେ,ଏପରି ଗମ୍ଭୀର ମାମଲାରେ ମଧ୍ୟ ଯଦି ପ୍ରଶାସନ ନିରବ ରହିବ,ତେବେ ଶିଶୁ ସୁରକ୍ଷା ଓ ନ୍ୟାୟ ବ୍ୟବସ୍ଥା କେଉଁଠି ରହିଯିବ ?