ताज़ा ख़बरें

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ

ଭବାନୀପାଟଣା(ସ୍ବାସ୍ଥିଦୀପ ଆଦିତ୍ୟ):ନର୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ମଧୁବାବୁ ଜୟନ୍ତୀ ଓ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦିପ ପ୍ରଜ୍ବଳନ କରାଯାଇ ସଭା ଆରମ୍ଭ ହୋଇଥଲା। ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଗଠନ ମୁଳକ କାମରେ ସହଯୋଗ କରିବାକୁ ସଭାପତି ଗୌର ହରିଜନ ସମସ୍ତ ସଭ୍ୟ ମାନଙ୍କୁ ଆହ୍ବାନ ଦେଇଥିଲେ। ସଭାରେ ସଂଘର ସଂପାଦକ ବିଶ୍ଵ ରଞ୍ଜନ ଭୋଇ, ଯୁଗ୍ମ ସଂପାଦକ ବିଭୂତି ଭୂଷଣ ବହିଦାର,କୋଷାଧ୍ୟକ୍ଷ ଡ. ସଞ୍ଜୟ ଧଙ୍ଗଡାମାଝୀଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ରହିଥିଲେ। ଏହି ଅବସରରେ ନୀରିହ ଗରିବ ଲୋକମାନଙ୍କୁ ଆଇନ ସହାୟତା ଅତି କମ ମୂଲ୍ୟରେ ଯୋଗାଇ ଦେବା ପାଇଁ ମତ ପ୍ରକାଶ ପାଇଥିଲା।

Show More
Back to top button
error: Content is protected !!