
ଧର୍ମଗଡ଼/ତ୍ରିଲୋକ ନ୍ୟୁଜ(ସ୍ବାସ୍ଥିଦୀପ ଆଦିତ୍ୟ):ଓଡ଼ିଶା ରକ୍ତଦାତା ମହାସଂଘ ର ଆହ୍ୱାନ କ୍ରମେ ଆଜି ଓଡିଶା ର ସମସ୍ତ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ବେଳେ ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ର କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀଙ୍କ ତତ୍ତ୍ଵାବଧାନରେ ସଂଗଠନ ତରଫରୁ ଓଡ଼ିଶା ରକ୍ତ ଭଣ୍ଡାର, ଧର୍ମଗଡ ଠାରେ ମଧ୍ୟ ରକ୍ତ ଦାନ ଶିବିର ଅନଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉପସ୍ଥିତ ରହି ଶିବିର କୁ ଉଦଘାଟିତ କରିଥିଲେ ଏବଂ ସମସ୍ତ ରକ୍ତଦାତାଙ୍କୁ ରକ୍ତ ଦେବା ବେଳେ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଧର୍ମଗଡ ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲାହରସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବାସହ ଆଗାମୀ ଦିନରେ ପୋଲିସ ପ୍ରଶାସନ ସହ ମିଳିତ ଭାବେ ରକ୍ତଦାନ ଶିବିର କରିବା ପାଇଁ ମତ ଦେଇଥିଲେ। ଉକ୍ତ ଶିବିର ରେ ସଂଗଠନ ର କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀ,କୋଷାଧ୍ୟକ୍ଷ ମୃତୁଞ୍ଜୟ ନାଏକ,ଗୋବିନ୍ଦ ସାହୁ,ଇଙ୍ଗିତ ମେହେର,ଦୁଷ୍ମନ୍ତ ପଟେଲ,ପରିଚୟ ସୁନାନୀ ପ୍ରମୁଖ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।ସଂଗଠନ ର ଅଙ୍କିତ ସେଠୀ,ଜ୍ଞାନରଞ୍ଜନ ନାଏକ, ଅଭିଷେକ ବାଗ,ସୁନିଲ ତଣ୍ଡନ,ସମାଜସେବୀ ଢ଼ଗମାଲିଆ ନାଏକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।