କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଳଞ୍ଚ ଲାଞ୍ଜିଗଡ଼ ବ୍ଲକ ପଦ୍ମଥପା ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୪୩ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ବେଳେ ମାତ୍ର ଦୁଇଜଣ ଶିକ୍ଷକ ରହିଛନ୍ତି। ହେଲେ ସହଯୋଗୀ ଶିକ୍ଷକ ସିମାଞ୍ଚଳ ନାଏକ ଦିର୍ଘ ଦିନ ହେଲା ଅନୁପସ୍ଥିତି ରହୁଥିବା ଯୋଗୁଁ ପ୍ରଧାନଶିକ୍ଷକ ବବଲୁ ମେହେର ପାଞ୍ଚୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉ ନଥିବା ଯୋଗୁଁ ଶିକ୍ଷା ଦାନ ବାଧାପ୍ରାପ୍ତ ହେଉଥିବା ସ୍କୁଲ ପରିଚାଳନା କମିଟି ଅଭିଯୋଗ କରି ଆସୁଥିଲେ। ସହଯୋଗୀ ଶିକ୍ଷକ ଶ୍ରୀ ନାଏକ ବିଦ୍ୟାଳୟ ଆସୁନଥିବାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରୁଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଶ୍ରୀ ନାଏକଙ୍କୁ ପଦ୍ମଥପା ବିଦ୍ୟାଳୟ ପରିଚାଳନା କମିଟି ବାରମ୍ବାର ତାଗିଦ କରିବା ସତ୍ତ୍ୱେ ମଧ୍ୟ ବିଦ୍ୟାଳୟ ଆସୁନଥିବାରୁ ପରିଚାଳନା କମିଟିର ସଭାପତି ଅଗସ୍ତି ହରିଜନ ପିଲାଙ୍କ ଭବିଷ୍ୟତ ସହିତ ଖେଳନ୍ତୁ ନାହିଁ ବୋଲି କହିଥିବା ବେଳେ ଅପରପକ୍ଷରେ ଏହାକୁ ନେଇ ସଂପୃକ୍ତ ଶିକ୍ଷକ ପରିଚାଳନା କମିଟିର ସଭାପତି ନାମରେ ଦୁର୍ବବ୍ୟବହାର କରୁଛନ୍ତି ବୋଲି ଆଜି ଶୁକ୍ରବାର ଅପରାହ୍ନ ଦୁଇ ଘଣ୍ଟା ସମୟରେ ବିଜେପୁର ଥାନାରେ ଏତଲା ଦେଇଥିବା ସୁଚନା।
2,521 1 minute read








